ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଲଗାତର ଭାବେ ପରିବର୍ତ୍ତନ ହେଉଛି । ଅଶୋଧିତ ବ୍ରେଣ୍ଟ ବ୍ୟାରେଲ ପିଛା ପ୍ରାୟ 84 ଡଲାର ଓ ଅଶୋଧିତ ଡବ୍ଲୁଟିଆଇ ବ୍ୟାରେଲ ପିଛା ପ୍ରାୟ 80 ଡଲାର ରହିଛି । ତେବେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ୍ ଅଏଲର ୱେବସାଇଟ୍ ମୁତାବକ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 96.72 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 89.62 ଟଙ୍କା ରହିଥିଲା । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106.31 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 94.27 ଟଙ୍କାରେ ବିକ୍ରି ହେଉଥିଲା । ଚେନ୍ନାଇରେ ପେଟ୍ରୋଲ ରେଟ୍ 102.63 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।