ଭୁବନେଶ୍ୱର : ପୁଣି ଧାରଣାରେ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ । 7ଦଫା ଦାବି ନେଇ 15ଦିନ ପରେ କଲେଜ କର୍ମଚାରୀମାନେ ଧାରଣା ଦେଇଛନ୍ତି । ପରିଚାଳନା କମିଟି ତଥା ଅଧକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି କର୍ମଚାରୀମାନେ । ଆକ୍ରୋଶମୂଳକ ଭାବେ କାର୍ଯ୍ୟ କରିବାକୁ ଦେଉନଥିବା ଅଭିଯୋଗ , ସମସ୍ତ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦାବି, ନିଲମ୍ବିତ କର୍ମଚାରୀଙ୍କ ଉପରେ ସସପେଣ୍ଡ ଆଦେଶ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି । ମୋହନ ଦେଉଛନ୍ତି ଭେଟି, ଲୁଲୁ ଓ ପ୍ରଫୁଲ୍ଲ ନିଅନ୍ତି ଲୁଟି-ଏଭଳି ସ୍ଲୋଗାନ ଲେଖି ସେମାନେ କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଉପସ୍ଥିତ ରହିଛି ।