ରାୟପୁର : ଛତିଶଗଡର ଜଗଦଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଡେନାର ଥାନା ଅନ୍ତର୍ଗତ 30 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ଓ ବସ ମଧ୍ୟରେ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 14ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ କୋଡେନାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଲେପାଲ ନିକଟରେ ବିଜାପୁରରୁ ଜଗଦଲପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ସହିତ ଜଗଦଲପୁରରୁ ଗିଦମ ଯାଉଥିବା ଏକ ଦ୍ରୁତଗାମୀ ଟ୍ରେଲର ଧକ୍କା ହୋଇଥିଲା । ଏହି ଭୟାବହ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 14ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।