ଭୁବନେଶ୍ୱର, 8 ସେପ୍ଟେମ୍ବର : ପାଣ୍ଡିଆନଙ୍କ ବିମାନ ଖର୍ଚ୍ଚ କେତେ , କାହିଁକି ଚୁପ୍ ରହିଛି ବିଜେଡି, ଏଭଳି କିଛି ପ୍ରଶ୍ନ ଉଠାଇ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଫାଇଭ ଟି ସଚିବ ପାଣ୍ଡିଆନଙ୍କ ବିମାନ ଖର୍ଚ୍ଚ କଥା ଉଠାଇ କହିଲେ ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତୁ ତାହା ଯୁକ୍ତିଯୁକ୍ତ । ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଟଙ୍କା ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ ପଟ୍ଟନାୟକ । ଯାହାକି ଚିନ୍ତାର ବିଷୟ । କିନ୍ତୁ ପରୋକ୍ଷରେ ଲାଞ୍ଚ ଆକାରରେ ଯେଉଁ ଟଙ୍କା ଦିଆଯାଉଛି, ତାହାର ଅନୁସନ୍ଧନ ହେବା କଥା । ପାଣ୍ଡିଆନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା । ବିଜେଡିକୁ ଟାର୍ଗେଟ କରି ଜବାବ ମାଗିଛନ୍ତି ଜୟ ନାରାୟଣ ମିଶ୍ର । ସୌମ୍ୟ ବାବୁ ପଚାରିଥିବା ପ୍ରଶ୍ନ ଗୁଡ଼ିକର କାହିଁକି ଉତ୍ତର ଦେଉନି ବିଜେଡ଼ି । ସୌମ୍ୟ ବାବୁ କଣ ବ୍ଲାକମେଲ କଲେ, ସେ ବିଷୟରେ ଓଡ଼ିଶାବାସୀଙ୍କର ଜାଣିବାର ନାହିଁ । ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ଚନ୍ଦ୍ରଯାନରେ ଯେତେ ଟଙ୍କା ଖର୍ଚ୍ଚ ହୋଇଛି ପଣ୍ଡିଆନଙ୍କ ଗସ୍ତରେ ସେତେ ଟଙ୍କା ଖର୍ଚ୍ଚ ହୋଇଛି । ନିଜକୁ ନିଜେ ପଣ୍ଡିଆନ ସୁପର ସିଏମ୍ ବୋଲି ଦର୍ଶାଉଛନ୍ତି । ସେ ଉପରେ ବିଜେଡି କାହିଁକି କିଛି କହୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ଜୟ । 5T ଏବଂ ଦୁର୍ନୀତି ଉପରେ ଯେଉଁ ମାନେ କହୁଛନ୍ତି ସେମାନଙ୍କୁ ପାଗଳ, ବ୍ଲାକମେଲର କହୁଛି ବିଜେଡ଼ି । ମୋତେ ପାଗଳ ବୋଲି କହୁଛନ୍ତି ଆଜି ପର୍ଯ୍ୟନ୍ତ କାହିଁକି କହୁନଥିଲେ, ଚୁପ କାହିଁକି ରହିଥିଲେ । ଏବେ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ଯେଉଁ କଥା ଓଡ଼ିଶା କିମ୍ବା ଭାରତ ଇତିହାସରେ ଦେଖାଯାଇ ନାହିଁ ତାହା ବିଜେଡ଼ି ସରକାରରେ ଦେଖିବାକୁ ମିଳୁଛି ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି ।