ଗଞ୍ଜାମ : ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ରୁ ଯୁକ୍ତ ୩ କରିବା, ସର୍ବନିମ୍ନ ଦରମା ୨୧ ହଜାର ୭୦୦ ରୁ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି ଏବଂ ଗେଡ୍ ପେ ବୃଦ୍ଧି ସମେତ ୪ ଦଫା ଦାବି ନେଇ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପି.ଇ.ଓ.)ମାନେ ୧୦ ଦିନ ହେଲା କଳାବ୍ୟାଚ୍ ପରିଧାନ କରିଥିଲେ । ଆଜି ସୁଦ୍ଧା ଦାବି ପୂରଣ ନହେବାରୁ ସେମାନେ ସମୂହ ଛୁଟିରେ ଯିବାକୁ ଆବେଦନ କରିଛନ୍ତି । ଏହି କ୍ରମରେ ଶେରଗଡ଼ ବ୍ଲକରେ କାର୍ଯ୍ୟରତ ପି.ଇ.ଓ. ମାନେ ବିଡ଼ିଓ ଦେବାଶିଷ ବରାଳଙ୍କ ନିକଟରେ ସାମୁହିକ ଛୁଟି ଆବେଦନ କରିବା ସହ ଆଜି ଠାରୁ ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ନଯିବାକୁ ନିଷ୍ପତି ନେଇଛନ୍ତି । ସଂଘର ସଭାପତି ପ୍ରଦ୍ୟୁମ୍ନ ଦାସ ଏବଂ ସମ୍ପାଦକ ବିନାୟକ ତ୍ରିପାଠୀଙ୍କ ନେତୃତ୍ଵରେ ସମସ୍ତ ପିଇଓ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ।