ଭୁବନେଶ୍ୱର,, 7 ଡିସେମ୍ବର – ଗୁରୁବାର ଦିନ ପଦ୍ମପୁର ଉପନିର୍ବାଚନର ଫଳାଫଳ ବାହାରିବ । ଏହା ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏହି ଅଭିଯୋଗ ଆଣିଛନ୍ତି । ବୁଧବାର ଦିନ ସେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ଇଭିଏମ୍ ରେ ଅଦଳବଦଳ ନେଇ ଅଭିଯୋଗ କରିବା ସହ ଘଟଣାର ଅନୁସନ୍ଧାନ ଦାବି କରିଛନ୍ତି । ନିର୍ବାଚନ ପରେ ୧୭ (ସି)ରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଇଲେକ୍ସନ କମିଶନ ତରଫରୁ ଦିଆ ଯାଇଥିବା ତାଲିକା ମେଳ ଖାଉ ନଥିବା ସେ ଅଭିଯୋଗ ଆଣିଛନ୍ତି ।

ଶ୍ରୀ ପୁରୋହିତ କହିଛନ୍ତି ୧୧ଟି ବୁଥରେ ଇଭିଏମ ନମ୍ବର ତାଳମେଳ ଖାଉ ନାହିଁ । ଯେଉଁ ବୁଥଗୁଡ଼ିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ୍ ଗୁଡ଼ିକରେ ଏମିତି ସମସ୍ୟା ରହିଛି । ତେବେ ଅଭିଯୋଗର ତଦନ୍ତ ହେଉଥିବା ଜିଲ୍ଳାପାଳ ଶ୍ରୀମତି ବାନାର୍ଜୀ କହିଛନ୍ତି । ଏହି ବୁଥଗୁଡିକର ସମସ୍ତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରମାନଙ୍କୁ ଜିଲ୍ଲାପାଳ ତୁରନ୍ତ ଡକାଇଛନ୍ତି ।
ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । ଏଥର ୮୧.୨୯% ମତଦାନ ହୋଇଛି, ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ ।