ମାଲକାନଗିରି : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ମାଲକାନଗିରି ଜିଲ୍ଲା ତରଫରୁ ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସାମୂହିକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ମାନେ ଏହି ଗଣ ଧାରଣାକୁ ଯୋଗ ଦେଇଥିଲେ। ଜିଲ୍ଲା ସମ୍ପାଦକ ମନୋଜ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଗଣଧାରଣାରେ ଜିଲ୍ଲା ଉପ ଶିକ୍ଷା ଅଧିକାରୀ ଚିତ୍ତ ରଂଜନ ପାଣ୍ଡେଙ୍କୁ ଏକ ଚଉଦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହି ଧାରଣା କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଂଯୋଜକ ଅଜୟ କୁମାର ସ୍ଵାଇଁ, ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ, ସଂପାଦକ ମନୋଜ କୁମାର ମହାପାତ୍ର, ଲମ୍ବୋଦର ରାଉତ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ନାୟକ, ଦୀନବନ୍ଧୁ ବେଜଙ୍କ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଦାବୀର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର ଦାବି ଉପରେ ବିସ୍ତୃତ ଉପସ୍ଥାପନା କରିବା ସହିତ ଦାବିପତ୍ର ପାଠ କରିଥିଲେ।
ଏହି ଅବସରରେ ରଂଜନ କୁମାର ପରିଡା, ଅଶୋକ କୁମାର ରାଉତ, ଜିତୁ ରଂଜନ ସ୍ଵାଇଁ, ଦୀପକ କୁମାର ରାଉତ, ଗଣେଶ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ସୁଦର୍ଶନ ସ୍ଵାଇଁ, ରତ୍ନାକର ଦାସ, ଗିରିଧାରୀ ସାହୁ, ମନୋଜ ତ୍ରିପାଠୀ, ଅଶୋକ କୁମାର ରାଉତ, ରତିକାନ୍ତ ରାଉତ, ନାଗେଶ୍ଵର ଦୋରା, ଯଜାତି କେଶରୀ ପଣ୍ଡା, ନିରଞ୍ଜନ ନାୟକ, ରମେଶ ଚନ୍ଦ୍ର ଭୂୟାଁ ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ।