ଭୁବନେଶ୍ୱର : ବିଧାନସଭା ବାହାରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ମୁଁ କହୁଥିଲା ବେଳେ ମୋର ଲାଇନ କାଟି ଦିଆଯାଇଥିଲା । ସେ ପ୍ରଶ୍ନ କରିଛନ୍ତି ଯେ ସିଏମ୍ଓ କାହାକୁ କହନ୍ତି । ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପଚାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି ସ୍ପଷ୍ଟତା ନ ଥିବା ସେ କହିଛନ୍ତି ।
ସେ କହିଛନ୍ତି. ‘ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ସେ ଉତ୍ତର ଦାୟୀ । ମନ୍ତ୍ରୀଙ୍କୁ ଦେଖା କରୁ ନାହାନ୍ତି ସେ ଲୋକଙ୍କୁ କଣ ଦେଖା କରିବେ ।
ସେ ପ୍ରଶ୍ନ କରିଛନ୍ତି ଯେ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନ କାହିଁକି ରିଜେକ୍ଟ ହେଲା । ଯଦି ରିଜେକ୍ଟ କଲେ ୫ ଦିନ ପୂର୍ବରୁ ଜଣାଇବା କଥା, କାହିଁକି କଲେନି ବୋଲି ସେ ପଚାରିଛନ୍ତି ।
ସେ କହିଛନ୍ତି ଯେ ମନ୍ତ୍ରୀ ବଡ ନା ସଚିବ ବଡ ଉପରେ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେପି । କାହିଁକି ଅଗ୍ରାହ୍ୟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।