ନୂଆଦିଲ୍ଲୀ: ଏକ ରାଷ୍ଟ ଏକ ନିର୍ବାଚନ ଲାଗୁ କରିବା ପାଇଁ ବର୍ତମାନ ଆହୁରି ଆଲୋଚନା କରିବା ଆବଶ୍ୟକତା ରହିଛି ବୋଲି ଲ କମିଶନ ମତ ପ୍ରକାଶ କରିଛନ୍ତି । ଏହା ସହିତ କିଛି ସାମ୍ବିଧାନିକ ପରିବର୍ତନ ଜରୁରି ଅଛି । ଏହାକୁ ଦେଖି ୨୦୨୪ ପର୍ଯ୍ୟନ୍ତ ଏହାକୁ ଲାଗୁ କରିବା ସମ୍ଭବ ନୁହେଁ ।
ମିଳିଥିବା ସୂଚନା ଅନୁସାରେ ନିର୍ବାଚନ କମିଶନ ଲାଗୁକରିବା କାର୍ଯ୍ୟକାଳକୁ ବଢାଇ କିମ୍ବା କମାଇ ବିଧାନସଭା ନିର୍ବାଚନକୁ ଗୋଟିଏ ସମୟରେ କରିବା ପାଇଁ ସେହି ଫର୍ମୁଲାରେ କାମ କରୁଛନ୍ତି ତେବେ ଆସନ୍ତା ୨୦୨୯ ଲୋକସଭା ନିର୍ବାଟନ ଏକା ସାଙ୍ଗରେ କରାଯାଇ ପାରିବ । ସରକାର ଲୋକସଭା , ରାଜ୍ୟ ବିଧାନସଭରେ ଏକା ସମୟରେ ନିର୍ବାଚନ କରିବା ପାଇଁ ପ୍ରଥମକରି ଏକ ଉଚ୍ଚ ସ୍ତରିୟ ସମିିତି ଗଠନ କରିଛନ୍ତି ।
ନିର୍ବାଚନ କମିଶନ ଗ୍ରହଣ କରୁଛନ୍ତି ଯେ ଏକ ରାଷ୍ଟ୍ର ଏକ ନିର୍ବାଚନ ଦ୍ୱାରା ଲୋକମାନେ ତାଙ୍କର ନେତାକୁ ବାଛିବାରେ ଅଧିକ ଯତ୍ନବାନ ହେବେ । ଲୋକମାନେ ତାଙ୍କର ନେତୃତ୍ୱକୁ ନିର୍ବାଚନ ସମୟରେ ଅଧିକ ଗୁରୁତ୍ୱ ଦେବେ । ନିର୍ବାଚନ ଗୋଟିଏ ସମୟ ମଧ୍ୟରେ ସମ୍ଭବ ହେବ । ଏହା ଦ୍ୱାରା ସାଧାରଣ ଲୋକର ନିର୍ବାଚନରେ ଭାଗିଦାରିତା ବଢିବ ।