ନୁଆଦିଲ୍ଲୀ : ସୁପ୍ରିମ କୋର୍ଟର ପାଂଚ ଜଣିଆ ସମ୍ବିଧାନ ବେଂଚ୍ ଅନୁଛେଦ ୩୭୦ ଉପରେ ମଙ୍ଗଳବାର ଅଷ୍ଟମ ଦିନ ସୁଣାଣୀ ଶେଷ କରିଛନ୍ତି । ମୁଖ୍ୟ ବିଚାରପତି ଡିବାଇ ଚନ୍ଦ୍ରଚୁଡ ଅଧ୍ୟକ୍ଷତାରେ ପାଂଚ ଜଣ ସଦସ୍ୟ ବିଶିଷ୍ଠ ବେଂଚ କହିଛି ସରକାରଙ୍କୁ ବିରୋଧ କରୁଥିବା ଆବେଦନ କାରୀ ପକ୍ଷ କାଲି ଦ୍ୱିପ୍ରହର ପର୍ଯ୍ୟନ୍ତ ତାଙ୍କର ପକ୍ଷ ରଖନ୍ତୁ । ଏହା ପରେ କେନ୍ଦ୍ରସରକାର ଏବଂ ୩୭୦ ହଟାଇବା ପାଇଁ ଚାହୁଁଥିବା ସମର୍ଥକ ପକ୍ଷ ତାଙ୍କର ପକ୍ଷ ରଖିବା ଆରମ୍ଭ ହେବ । ଏହି ମାମଲାର ଆଗାମି ଶୁଣାଣୀ ୨୩ ଅଗଷ୍ଟରେ ହେବ ।