ଭୁବନେଶ୍ୱର – ବିଭିନ୍ନ ଦାବି ନେଇ ଆସନ୍ତା ୧୬ ତାରିଖରୁ ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (ଓମସା) ପକ୍ଷରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ବେଳେ ଏହାକୁ ସ୍ଥଗିତ ରଖିଛି । ହକି ବିଶ୍ୱକପ ଯୋଗୁ ଏହାକୁ ଘୁଂଚାଇ ଦିଆଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବ୍ରୁଆରି ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁହାଯାଇଛି ।
ଓମସା ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଉଛି ଡ଼ାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ (ଡିଏସିପି) ଦରମା ପ୍ରଦାନ , ଓଏମ୍ଏଚଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ , ଆଡ଼ହକ ଡ଼ାକ୍ତରଙ୍କ ସ୍ଥାୟୀ ନିଯୁକ୍ତି , ବାଧ୍ୟତାମୂଳକ କେବିକେ ଅଂଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ ଇତ୍ୟାଦି ।
ଓମସା ସଭାପତି ନାରାୟଣ ରାଉତ କହିଛନ୍ତି, ‘ ଏ ସମସ୍ତ ଦାବି ନେଇ ୧୬ ତାରିଖ ଠାରୁ ଓମସା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପରି ନିଆଯାଇଥିଲା । ଯେହେତୁ ଜାନୁଆରୀ ୧୩ ତାରିଖଠାରୁ ବିଶ୍ୱ ହକିକପ୍ ଓଡ଼ିଶାରେ ଆୟୋଜନ ହେଉଛି ଏବଂ ଏହା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଫେବ୍ରୁଆରି ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ବୋଲି ନିଷ୍ପତି ନିଆଯାଇଛି ।