ଭୁବନେଶ୍ୱର, 19 ଅଗଷ୍ଟ – ୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ଓଡ଼ିଶା ସଚିବାଳୟ ସେବାସଂଘ ନିନ୍ଦା କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଭିକେ ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ । ସଚିବ ସରକାରୀ କାର୍ଯ୍ୟ ତୁଲାଉଥିବା ବେଳେ ଏଭଳି କାଣ୍ଡ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଗସ୍ତ କରୁଛନ୍ତି । ତେଣୁ ସତ୍ୟବାଦୀରେ ଯେଉଁ ଅଘଟଣ ଘଟିଲା ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ୫ଟି କାର୍ଯ୍ୟକାରୀ ହେବା ଦ୍ୱାରା ସରକାରୀ କର୍ମଚାରୀ ସଚେତନ ହୋଇଛନ୍ତି । ରାଜ୍ୟର ଉନ୍ନତି ଆସିଛି । ୫ଟି ଅଧିନରେ ହେଉଥିବା କାର୍ଯ୍ୟ ଲୋକଙ୍କର ହିତ ପାଇଁ ।