ଭୁବନେଶ୍ୱର, 27 ଫେବୃଆରୀ – ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଯୁକ୍ତ ୨ ପରୀକ୍ଷା ଫଳ ଗୋଟିଏ ଦିନରେ ବାହାରିବ । ମାର୍ଚ୍ଚ ୨୦ରେ ପରୀକ୍ଷା ସରୁଛି । ଏଥର ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖାତା ଦେଖା। ମେ ୧୫ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ୧୫,୦୦୦ ପରୀକ୍ଷକ ଖାତା ଦେଖିବା ପାଇଁ ନିୟୋଜିତ ରହିବେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏ ଦୁଇଟି ଫେଜରେ ଖାତା ଦେଖାଯିବ ବୋଲି ସେ ସୂଚନା ଦେଇଛନ୍ତି ।