ଭୁବନେଶ୍ୱର – ବିଧାନସଭାରେ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି ।ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନାରେ ଅର୍ଥ ବରାଦ କରିଛନ୍ତି । ମେଟ୍ରୋ ଟ୍ରେନ୍ ପାଇଁ ୨୧୦ କୋଟି,ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି,ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଂଚାୟତରେ ଇଂଟରନେଟ ବ୍ୟବସ୍ଥା ପାଇଁ ୨୫୨ କୋଟି ଟଙ୍କାର ଅର୍ଥବରାଦ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାପରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଋଣଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ୧୦.୦୩ ପ୍ରତିଶତ ରହିଛି । ରାଜ୍ୟରେ ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କା ରହିଛି ।