ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ହମୁନ ଦ୍ୱାରା ଓଡିଶା ପ୍ରତି ଭୟ ନାହିଁ । କେବଳ ଏହା ଦ୍ୱାରା ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଜଣେ ବରିଷ୍ଠ ବୈଜ୍ଞାନିକ ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।
ସେ ଆହୁରି କହିଛନ୍ତି ଯେ, ଏବେ ଯେଉଁ ଘୂର୍ଣ୍ଣିବଳୟ ଅଛି, ତାହା ଆଜି ରାତିରେ ବାତ୍ୟାର ରୂପ ନେବ। ଏବେ ତାହା ପାରାଦୀପରୁ ୪୦୦ କିଲୋମଟର ଦୂରରେ ଅଛି। ଘନୀଭୂତ ହୋଇ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭାବ୍ୟ ବାତ୍ୟାକୁ ଦେଖି ପୁରୀ ସିଗ୍ନାଲ ପୋର୍ଟ ସମେତ ପାରାଦୀପ ଏବଂ ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।