ଭୁବନେଶ୍ୱର, ୨୫ ଜୁଲାଇ – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ôଥକ ବର୍ଷ ନିମନ୍ତେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ ବଜେଟ୍ରେ ଅଭିବୃଦ୍ଧି, ବିକାଶ, ଭିତିଭୂମି ଉନ୍ନୟନ ଓ ପୁଞ୍ଜିନିବେଶ ଉପରେ ଗୁରୁତ୍ୱଆରୋପ କରାଯାଇଛି । ଏହି ବଜେଟ୍ ବିଗତ ୨୦୨୩-୨୪ ଆର୍ôଥକ ବର୍ଷ ତୁଳନାରେ ପ୍ରାୟ ୧୫% ଅଧିକ ଅଟେ ।
ବଜେଟ୍ରେ ସ୍ୱରାଷ୍ଟ୍ର ବିଭାଗକୁ ସର୍ବମୋଟ ୮,୯୯୪କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ୭୩୨ କୋଟି ଦିଆଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୧,୭୬୯ କୋଟି, ଆଇନ୍ ବିଭାଗକୁ ୧,୫୯୦ କୋଟି, ଅର୍ଥ ବିଭାଗକୁ ୫୯,୩୧୨ କୋଟି, ବାଣିଜ୍ୟ ବିଭାଗକୁ ୨୦୩କୋଟି, ନିର୍ମାଣ ବିଭାଗକୁ୧୦,୭୫୦କୋଟି ବ୍ୟୟବରାଦ କରାଯାଇଛି । ସେହିପରି ଓଡ଼ିଶା ବିଧାନସଭା ପାଇଁ ୮୬କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୧,୩୦୮କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୬,୩୯୧ କୋଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗକୁ ୫,୭୫୦କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୨୦,୮୩୭କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗକୁ ୯,୬୦୩ କୋଟି, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ୩୧୮ କୋଟି, କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ୧,୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଯୋଜନା ଓ ସଂଯୋଜନା ବିଭାଗକୁ ୨,୦୧୮ କୋଟି, ପଂଚାୟତିରାଜ ଓ ପାନିୟଜଳ ବିଭାଗକୁ ୨୬,୪୬୬ କୋଟି, ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ବିଭାଗକୁ ୩ କୋଟି, ଶିଳ୍ପ ବିଭାଗକୁ ୮୦୮ କୋଟି, ଜଳ ସମ୍ପଦ ବିଭାଗକୁ ୧୩,୨୭୨ କୋଟି, ପରିବହନ ବିଭାଗକୁ ୩,୭୪୨ କୋଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗକୁ ୧,୪୧୮ କୋଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୧୨,୯୨୯କୋଟି, ଇସ୍ପାତ ଓ ଖଣି ବିଭାଗକୁ ୪୫୬ କୋଟି, ସୂଚନା ଓ ଲୋକସମ୍ପର୍କ ବିଭାଗକୁ ୧୫୬ କୋଟି, ଅବକାରୀ ବିଭାଗକୁ ୨୪୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅପରପକ୍ଷରେ ବିଜ୍ଞାନ ଓ ବୈଷୟିକ ବିଭାଗ ପାଇଁ ୧୨୨ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯,୪୫୬ କୋଟି, ସଂସଦୀୟ ବ୍ୟାପାର ବିଭାଗକୁ ୮୫କୋଟି, ଶକ୍ତି ବିଭାଗୁ ୩,୩୫୫ କୋଟି, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗକୁ ୨୬୨ କୋଟି, ପର୍ଯ୍ୟଟନ ବିଭାଗକୁ ୮୧୮ କୋଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗକୁ ୧,୮୯୬, ସମବାୟ ବିଭାଗ ପାଇଁ ୨,୧୧୬, ସାଧାରଣ ଉଦ୍ୟୋଗ ବିଭାଗ ପାଇଁ ୧୨, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୧୫,୧୮୧, ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପାଇଁ ୫୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୪୭୮ କୋଟି, ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୧,୫୮୩ କୋଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଁ ୭୪୭ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ୭,୭୧ କୋଟି, ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୪,୦୨୩ କୋଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୪୨୦ କୋଟି ଏବଂ ମିଶନ ଶକ୍ତି ବିଭାଗ ପାଇଁ ୨,୭୬୨ ଟଙ୍କାର ବ୍ୟୟବରାଦ କରାଯାଇଛି ।