ଭୁବନେଶ୍ୱର : ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ । କୋରାପୁଟ କୋଟିଆ ପଞ୍ଚାୟତ ଅନ୍ତର୍ଗତ କୋଟିଆ ଗାଁର ଅଭି ଗେମେଲ ଦାଦନ ଖଟିବାକୁ ଆନ୍ଧ୍ରକୁ ଯାଇଥିଲେ । ଅଭିଙ୍କର ବୟସ 23 ବର୍ଷ ହୋଇଥିବା ବେଳେ କୌଣସି କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ଆଣିବା ନିମନ୍ତେ ପରିବାର ଲୋକେ ଆନ୍ଧ୍ର ଯାଇଥିବା ସୂଚନା ମିଳିଛି ।