
ନୂଆଦିଲ୍ଲୀ : ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗଙ୍କ ସହ ଏକ ଉତ୍ତମ ବୈଠକ ହେଲା । ଆମେ ଏଆଇ ଦୁନିଆରେ ଭାରତର ସମୃଦ୍ଧ ସମ୍ଭାବନା ବାବଦରେ ବିସ୍ତାର ଭାବେ ଆଲୋଚନା କରିଥିଲୁ । ଜେନସେନ୍ ହୁଆଙ୍ଗ ଏହି କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଭାରତର ପ୍ରତିଭାଶାଳୀ ଯୁବବର୍ଗଙ୍କ ବାବଦରେ ସେ ସମାନ ଭାବେ ଉତ୍ସାହିତ ଥିଲେ ।’