ଭୁବନେଶ୍ଵର : ରାଜ୍ୟରେ ଏଯାବତ୍ ଅଗଷ୍ଟ ମାସରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଅଗଷ୍ଟରୁ ୨୦ ଅଗଷ୍ଟ ମଧ୍ୟରେ ରାଜ୍ୟରେ୨୫୩.୨ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୫୦.୮ ମି.ମି. ତୁଳନାରେ ୧ ପ୍ରତିଶତ ଅଧିକ ରହିଛି, ଯାହାକି ସ୍ଵାଭାବିକ୍ ପରିସର ଭୁକ୍ତ ।
ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ଜୈସେଲମେରରୁ ବାହାରି, କୋଟା, ଗୁନା, କେନ୍ଦ୍ରୀୟ ମଧ୍ୟପ୍ରଦେଶ ଉପରେ ସକ୍ରିୟ ଲଘୁଚାପ ର କେନ୍ଦ୍ର, ରାଏପୁର ମଧ୍ୟଦେଇ ଓଡ଼ିଶାର ଗୋପାଳପୁର ରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।