
The Union Minister for Home Affairs and Cooperation, Shri Amit Shah addressing at the foundation stone laying ceremony of IFFCO Nano DAP (Liquid) plant at Gandhidham, in Gujarat on August 12, 2023.
ଅହମ୍ମଦାବାଦ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ମୋ ମାଟି ମୋ ଦେଶ ଅଭିଯାନ କ୍ରମେ ଅହମ୍ମଦାବାଦ ନଗର ନିଗମ ପକ୍ଷରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରା ଘାଟାଲୋଡିୟା ବାର୍ଡ ଅଫିସରୁ ପ୍ରାୟ ଦେଢ଼ କି.ମି. ନିର୍ଣ୍ଣୟ ନଗର ପର୍ଯ୍ୟନ୍ତ ଯାଇଥିଲା ।
ଏହି ଅବସରରେ ଅମିତ ଶାହ କହିଥିଲେ ଯେ, ୧୮୫୭ରୁ ୧୯୪୭ ପର୍ଯ୍ୟନ୍ତ ୯୦ ବର୍ଷର ସଂଘର୍ଷ ପରେ ବହୁମୂଲ୍ୟ ସ୍ଵାଧିନତା ପ୍ରାପ୍ତ ହୋଇଛି । ଏବେ ଏହି ସ୍ଵାଧିନତାକୁ ୭୫ ବର୍ଷ ପୁରିଛି । ଆମେ ଦେଶ ପାଇଁ ମରି ତ ପାରିବୁନି, କାହିଁକିନା ଦେଶ ସ୍ଵାଧିନ ହୋଇସାରିଛି, ହେଲେ ଦେଶ ପାଇଁ ବଂଚିବାରେ ଆମକୁ କେହି ରୋକିପାରିବେ ନାହିଁ ।