ଢାକା, 7 ଅଗଷ୍ଟ – ବାଂଲାଦେଶରେ ଶାସନ ବଦଳିବା ଓ ପୂରା ଦେଶରେ ଅରାଜକତା ଓ ହିଂସାତ୍ମକ ପରିବେଶ ମଧ୍ୟରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଗଠନ ହେବାକୁ ଥିବା ଅନ୍ତରିଣ ସରକାରର ନେତା ଚୟନ କରାଯାଇଛି । ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବଙ୍ଗା ଭବନରେ ହୋଇଥିବା ବୈଠକ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି । ଗ୍ଲୋବାଲ ମାଇକ୍ରୋକ୍ରେଡିଟ ଆନ୍ଦୋଳନର ସଂସ୍ଥାପକ ଓ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମୁଖ୍ୟ ପ୍ରତିପକ୍ଷ ଭାବେ ମନେ କରାଯାଏ । ବିକ୍ଷୋଭକାରୀ ଛାତ୍ର ମହମ୍ମଦ ୟୁନୁସଙ୍କୁ ଅନ୍ତରିଣ ସରକାରର ମୁଖ୍ୟ କରିବାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହି ବୈଠକରେ ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ଛାତ୍ରନେତାଙ୍କ ସହିତ ତିନି ସେନାର ମୁଖ୍ୟ ବି ଉପସ୍ଥିତ ଥିଲେ ।