ଭୁବନେଶ୍ୱର – ଭିତର ରତ୍ନଭଣ୍ଡାରରେ ବିରାଟ ବିରାଟ ଗାତ ରହିଛି । ମୂଷାମାନେ ଏଭଳି ବଡ଼ ବଡ଼ ଗାତ କରିଛନ୍ତି । ମୂଷାମାନଙ୍କ ଦ୍ୱାରା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ହୋଇଛି । ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିଲା । ତେଣୁ ଶ୍ରୀମନ୍ଦିର ଭିତରୁ ସ୍ନେକ ହେଲ୍ ପଲାଇନ ସଦସ୍ୟ ବାହାରି ଆସିଥିଲେ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ସେ କହିଛନ୍ତି, ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ । ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ ।