ନୂଆଦିଲ୍ଲୀ, ୨୫ ଅଗଷ୍ଟ – କେରଳର ବାୟନାଡ଼ର ମନନଥାବାଡ଼ିରେ ଚା’ ବଗିଚା ଶ୍ରମିକଙ୍କୁ ନେଉଥିବା ଏକ ଜିପ୍ ଓଲଟିପଡ଼ି ୯ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଦୋପହର ୩.୩୦ରେ ମନନଥାବାଡ଼ି ଥଲାପୁଝା କନ୍ନୌଥ ହିଲ୍ ପାଖରେ ହୋଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମହିଳା ବାୟନାଡ଼ର ବୋଲି କୁହାଯାଇଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ତିନି ଆହତଙ୍କ ଅବସ୍ଥା ବହୁତ ଗୁରୁତର ରହିଛି ।
ଜିଲ୍ଲା କଲେକ୍ଟର ମୃତକଙ୍କ ସଂଖ୍ୟା ସ୍ପଷ୍ଟ କରିଛନ୍ତି । ଆହତଙ୍କ ମନନଥବାଡ଼ି ମେଡ଼ିକାଲ କଲେଜରେ ଚିକିତ୍ସା ଚାଲିଛି । ଯେଉଁ ଜିପ୍ରେ ଶ୍ରମିକ ଯାତ୍ରା କରୁଥିଲେ, ତାହା ଅନିୟନ୍ତ୍ରିତ ହୋଇ ଓଲଟି ଯାଇଥିଲା । ଜିପ୍ ୩୦ ମିଟର ଗଭୀର ଖଡ୍ଡରେ ଯାଇ ପଡ଼ିଥିଲା । ଜିପ୍ରେ ୧୨ ଲୋକ ବସିଥିଲେ । ଡ୍ରାଇଭରକୁ ଛାଡ଼ି ସମସ୍ତେ ମହିଳା ଥିଲେ । ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ ଆହତଙ୍କ ଚିକିତ୍ସା ଆବଶ୍ୟକତା ଅନୁଯାୟୀ ବିଶେଷଜ୍ଞ ଡାକ୍ତରମାନେ କରୁଛନ୍ତି ।