ନୂଆଦିଲ୍ଲୀ : ବୁଧବାର ଦିନ ଏନଆଇଏ 6ଟି ରାଜ୍ୟରେ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସଙ୍ଗଠନର ବିଭିନ୍ନ ସ୍ଥାନରେ ଚଢାଉ କରିଛି ।
ଦିଲ୍ଲୀ, ମହରାଷ୍ଟ୍ର, ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମହାରାଷ୍ଟ୍ରରେ ମୁମ୍ବାଇର ଭିକ୍ରୋଲି ଅଞ୍ଚଳରେ 7/11 ଟ୍ରେନରେ ବୋମା ବିସ୍ଫୋରଣ ମାମଲାରେ ମୁକୁଳିଥିବା ୱାହିଦ ଶେଖର ଘରେ ଏନଆଇଏ ରେଡ୍ କରିଛି । ସେହିପରି ମଦୁରାଇରେ ମଧ୍ୟ ଚଢାଉ କରାଯାଇଛି । ଏହାସହିତ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ, ଭୋପାଳର ଖାନଗାଓଁରେ ରେଡ୍ କରିଛି ଟିମ୍ । ପୁରୁଣା ଦିଲ୍ଲା ସମେତ ଲକ୍ଷ୍ନୌର ପିଏଫଆଇ ପରିସରରେ ଚଢାଉ କରାଯାଇଛି ।