ଧର୍ମଶାଳା : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପ୍ରାଥମିକ କୃଷି ସମବାୟ ସମିତି ଲିଃର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ସମବାୟ ସମିତିର ସଭାପତି ବିକାଶ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇ ଏହି ଗୃହକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ସରକାରୀ ନିବନ୍ଧକ ସମବାୟ ସମିତି ସମୂହ ଯାଜପୁର ମଣ୍ଡଳ ଶରତ ଚନ୍ଦ୍ର ମଲ୍ଲିକ,କ୍ଷେତ୍ରାଧିକାରୀ ଭାଗବତ୍ ମରାଣ୍ଡି, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ସଦସ୍ୟ ଦୁଃଶାସନ ସାହୁ,ଶାଖା ପରିଚାଳକ ପ୍ରୀୟ ରଞ୍ଜନ ସାହୁ,୧୫ନଂ ଜୋନ ଜିଲା ପରିଷଦ ସଭ୍ୟ ଚକ୍ରଧର ବେହେରା,ବିଧାୟକଙ୍କ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ ଓ ୧୪ ନଂ ଜୋନ ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିରୁପାକ୍ଷ ଶରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମିତିର ପୂର୍ବତନ ସଭାପତି ହୃଷିକେଶ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ତରାଇ,ଅକ୍ଷୟ କୁମାର ମିଶ୍ର ଓ ପୂର୍ବତନ ସମ୍ପାଦକ ସୁରେନ୍ଦ୍ର କୁମାର ପାଣିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଓଦା ପଞ୍ଚାୟତ ସରପଞ୍ଚ ଆତୁଳା ନନ୍ଦ ମଳିକ,ଉତରପ୍ରତାପ ସରପଞ୍ଚ ନିମାଇଁ ମଳିକ ଓ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପ୍ରମୋଦ କୁମାର ଜେନାଙ୍କ ସମେତ ସମସ୍ତ ସ୍ଥାନୀୟ ସମତି ସଭ୍ୟସଭ୍ୟା ଓ ଅଗ୍ରଣୀ ଚାଷୀ ଉପସ୍ଥିତ ରହିଥିଲେ । ନିତ୍ୟାନନ୍ଦ ମହାନ୍ତି,ରାଜ କିଶୋର ନାୟକ,ଅଜୟ ବିଶ୍ୱାଳ,ରବିନ୍ଦ୍ର ସାହୁ, ଯୁଧିଷ୍ଠୀର ବେହେରା, ରବିନ୍ଦ୍ର ରାଉଳ, ଧାମା ମଳିକ, ନରୋତମ ନାୟକ, ଉଦୟ ତରାଇ,ସୁରେଶ ନାୟକ,ସମିତିର ସଭ୍ୟ ସୁରେନ୍ଦ୍ର ନାଥ ନାୟକ, ସ୍ୱହି ପ୍ରଭା ସାହୁ, ବୈଷ୍ଣବ ବାରିକ ଓ ବେଣୁଧର ମଲିକ ପ୍ରମୁଖ କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମିତିର ଉପ-ସଭାନେତ୍ରୀ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।