ନୂଆଦିଲ୍ଲୀ, 5 ଜୁଲାଇ – ରାଷ୍ଟ୍ରୀୟ ପ୍ରବେଶ ସହ ପାତ୍ରତା ପରୀକ୍ଷା-ସ୍ନାତକୋତ୍ତର (ନିଟ-ପିଜି) 2024 ର ଶୁକ୍ରବାର ଦିନ ନୂଆ ପରୀକ୍ଷା ତାରିଖ ଘୋଷଣା ହୋଇଛି । ସୂଚନା ମୁତାବକ ନିଟ-ପିଜି ପରୀକ୍ଷା ଅଗଷ୍ଟ 11ରେ ହେବ ।
ଏନବିଇଏମଏମ ଶୁକ୍ରବାର ନିଟ-ପିଜି 2024ର ଆୟୋଜନର ସଂଶୋଧିତ କାର୍ଯ୍ୟକ୍ରମ ଘୋଷଣା କରିଛି । ଏନବିଇଏମଏମ ଜୁନ 22ର ନୋଟିସ କ୍ରମରେ ନିଟ-ପିଜି ପରୀକ୍ଷାର ଆୟୋଜନକୁ ପୁନର୍ନିର୍ଦ୍ଧାରିତ କରାଯାଇଛି । ନିଟି-ପିଚି 2024 ଏବେ ଅଗଷ୍ଟ 11ରେ ଦୁଇଟି ପାଳିରେ ଆୟୋଜିତ କରାଯିବ ।
ଏଠାରେ ସୂଚନାଯୋଗ୍ୟ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ-ୟୁଜିରେ ବିସଙ୍ଗତି ଅଭିଯୋଗକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ନିର୍ଦ୍ଧାରିତ ତାରିଖର ଠିକ୍ ଦିନକ ପୂର୍ବରୁ ଅର୍ଥାତ ଜୁନ 23ରେ ନିଟ-ପିଜି ପରୀକ୍ଷାକୁ କେନ୍ଦ୍ର ପକ୍ଷରୁ ସ୍ଥଗିତ କରାଯାଇଥିଲା ।
ବିଜୁଳି, ଘଡ଼ଘଡ଼ି ନେଇ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ଵର, ୫ ଜୁଲାଇ – ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଭୀଷଣ ବର୍ଷା ହେବ । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋହଲା ପବନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ନେଇ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର । ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।