କାଠମାଣ୍ଡୁ : ଇସ୍ରାଏଲରେ ଥିବା ସମସ୍ତ ନେପାଳୀ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ନେପାଳ ସରକାର । କାଠମାଣ୍ଡୁ ସ୍ଥିତ ଇସ୍ରାଏଲ ଦୂତାବାସ ମଙ୍ଗଳବାର ନେପାଳ ବୈଦେଶିକ ମନ୍ତ୍ରାଳୟକୁ ଏହି ସୂଚନା ଦେଇଛନ୍ତି ।
ଏହାର ଦିନକ ପୂର୍ବରୁ ଇସ୍ରାଏଲରେ 10ଜଣ ନେପାଳ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ନେପାଳ ପକ୍ଷରୁ କୁହାଯାଇଥିଲା । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ତେଲଅଭିଭ ଓ ଏସ୍କୋଲୋନରେ ରହୁଥିବା ନେପାଳୀ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନେପାଳୀ ଛାତ୍ରମାନେ ବଙ୍କର ଭିତରେ ସୁରକ୍ଷିତ ଥିବା ନେଇ ନିଜର ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି । କିଛି ଛାତ୍ର ନିଜର ଭିଡିଓ ପ୍ରସ୍ତୁତ କରି ପରିବାର ନିକଟକୁ ପଠାଇଛନ୍ତି ।