କାଠମାଣ୍ଡୁ : ନ୍ୟୁୟର୍କ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦାହାଲ ପ୍ରଚଣ୍ଡ, ଦେଶରେ ଜାରି ରହିଥିବା ଶାନ୍ତି ପ୍ରକ୍ରିୟାକୁ ଶେଷ ନିଷ୍କର୍ଷରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଚଣ୍ଡ ବିଶ୍ୱ ସମୁଦାୟକୁ ଭରସା ଦେଇଛନ୍ତି ଯେ, ଶାନ୍ତି ପ୍ରକ୍ରିୟାରେ ସମସ୍ତ ପକ୍ଷକୁ ନ୍ୟାୟ ପ୍ରଦାନ କରାଯିବ ।ତାଙ୍କ ସରକାର ଦେଶରେ ଶାନ୍ତି ପ୍ରକ୍ରିୟାକୁ ପୁରା କରିବା ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଦେଶ ଭିତରେ ଓ ବାହାରେ ବୁଝାମଣାକୁ ବିକଶିତ କରିବା ପାଇଁ ପ୍ରୟାସ କରାଯାଉଛି । ଏହି ପ୍ରକ୍ରିୟାରେ ସହଯୋଗ ପାଇଁ ସେ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଆହୁରି କହିଛନ୍ତି ଯେ, ଶାନ୍ତି ପ୍ରକ୍ରିୟା ସହ ଜଡିତ ସତ୍ୟ ନିରୂପଣ ବିଧେୟକ ତଥା ସଂକ୍ରମଣକାଳୀନ ନ୍ୟାୟ ସମ୍ବନ୍ଧୀୟ ବିଧେୟକ ସଂସଦରେ ଆଗତ ହୋଇଛି । ଗମ୍ଭୀର ଅପରାଧିକ ମାମଲାରେ ଦୋଷୀମାନଙ୍କୁ କ୍ଷମା ମିଳିବ ନାହିଁ ବୋଲି ସେ ବିଶ୍ୱ ସମୁଦାୟକୁ ନିଶ୍ଚିତ କରିଛନ୍ତି ।