ଭୁବନେଶ୍ୱର : ବିଜେଡିରେ ନାରୀ ନିର୍ଯାତନାକୁ ନେଇ ବର୍ଷିଲେ ବିଜେପି ନେତ୍ରୀ ପ୍ରଭାତି ପରିଡା । କହିଲେ ନାରୀ ନିର୍ଯାତନା ବିଜେଡି ବିଧାୟକଙ୍କ ବେଉସା ପାଲଟିଗଲାଣି । ଏନେଇ ବିଜେଡି ନେତ୍ରୀ ଜ୍ୟୋତ୍ସ୍ନା ଦାସ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜଣେ ମହିଳା ନେତ୍ରୀଙ୍କୁ ଅସଭ୍ୟ ଗାଳି ଦେବା ଏବଂ ତାଙ୍କୁ ମାଇଣ୍ଡ ଫ୍ରେସ କରିବାକୁ ଭୁବନେଶ୍ବର ଡାକିବା ଅଭିଯୋଗ ଆଣିବା ପରେ ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ପୁର୍ବରୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ପତ୍ନୀ ସହ ସଂପର୍କ ରଖିବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିଲା । ଏହା ସତ୍ତ୍ୱେ ବି ନବନୀ ପଟ୍ଟନାୟକ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ନବୀନଙ୍କ ମହିଳା ସମ୍ମାନ ନାରା ଧୂଆଁବାଣ ବୋଲି କହିଛନ୍ତି ପ୍ରଭାତି ପରିଡା ।
Related Stories
December 7, 2024