ନୂଆଦିଲ୍ଲୀ : ମହାନ୍ କ୍ରିକେଟ୍ ଖେଳାଳୀ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଭୋଟର ସଚେତନତା ଓ ଶିକ୍ଷା ପାଇଁ ନିର୍ବାଚନ କମିଶନ (ଇସିଆଇ)ର ରାଷ୍ଟ୍ରୀୟ ଆଇକନ୍ ମନୋନିତ କରିଛନ୍ତି । ବୁଧବାର ଆୟୋଗ ଓ ତାଙ୍କ ମଧ୍ୟରେ ତିନି ବର୍ଷ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଚୁକ୍ତି ହେବ । ନିର୍ବାଚନ କମିଶନ ତାଙ୍କୁ ଆଇକନ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୦୨୪ ସାଧାରଣ ନିର୍ବାଚନରେ ଯୁବପିଢିର ଭାଗିଦାରୀ ବଢାଇବା ।
ଆୟୋଗଙ୍କ ସୂଚନା ଅନୁସାରେ, ଦିଲ୍ଲୀରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲ ଉପସ୍ଥିତ ରହିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପଙ୍କଜ ତ୍ରିପାଠୀ, ଅମୀର ଖାନ, ମୈରୀ କମ୍ ଏବଂ ଏମ.ଏସ. ଧୋନି ଇସିଆଇର ରାଷ୍ଟ୍ରୀୟ ଆଇକନ୍ ଥିଲେ ।