କାଲିକି ହୁଏତ ମୁଖ୍ୟମନ୍ତ୍ରୀ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବେ – ନରସିଂହ ମିଶ୍ର
ଭୁବନେଶ୍ୱର, ୨୮ ସେପ୍େଟମ୍ବର – କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଜି ଶୂନ୍ୟକାଳରେ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ଆନ୍ଦୋଳନାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଓ ରାଜ୍ୟରେ ସଚିବ ଶାସନକୁ ନେଇ ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସେ କହିଛନ୍ତି. ଗାନ୍ଧୀ ମାର୍ଗରେ ସମସ୍ତ ଆନ୍ଦୋଳନ କରିବା କଣ ଭୁଲ ।ସେ ତାଙ୍କ କଣ ହକ ମାଗିପାରି ବେନି ।ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି ।ଗୃହରେ କହୁଛନ୍ତି କି ସିଏମଓ ଯାଉଛି ଲୋକଙ୍କ କଥା ବୁଝିବା ପାଇଁ କିନ୍ତୁ ବାସ୍ତବରେ କଣ ବରଗଡ଼ ସଭାରେ କହିଲେ ମୋର୍ ବ୍ୟକ୍ତିଗତ ସଚିବ ଙ୍କୁ ଆପଣ ଙ୍କ ସମସ୍ୟା ବୁଝିବାକୁ ଛାଡିଛି ।
ସେ କହିଛନ୍ତି, ଶାସକ ଦଳର ମନ୍ତ୍ରୀ ,ବିଧାୟକ ଓ ସାଂସଦଙ୍କୁ କି ଚଉକି ବୋହିବା , ଗାତ ଖୋଳିବା ଓ ଲୋକଙ୍କୁ ଆଣି ସଚିବଙ୍କ ପାଇଁ ସଭା ବାନ୍ଧିବା ପାଇଁ କି ? ଯାହା ସେହି ଦୃଶ୍ୟ ଗୁଡ଼ିକ ପ୍ରମାଣ କରୁଛି । ଗ୍ରିଭାନସ କଥା କହୁଛନ୍ତି କିନ୍ତୁ ଛାତ୍ର ମାନେ କଣ ଗ୍ରିଭାନ୍ସ ପାଇଁ ଯାଉଥିଲେ କି ? ଯଦି ଯାଇଥିଲେ ସେ ସମସ୍ୟା କେତେ କାମ ହୋଇଛି ତାହା କାଲି ଶିକ୍ଷା ମନ୍ତ୍ରୀ ଙ୍କ ଉତ୍ତର ହି ବାସ୍ତବ ଜଣା ପଡ଼ୁଛି ।ଗୃହକୁ ବିଭ୍ରାନ୍ତ କରାଯାଉଛି ଆଉ କିଛି ନାହିଁ । ଗ୍ରିଭାନସର ଅର୍ଥ ନୁହେଁ ପଇସା ବାଂଟିବା ।ଗ୍ରିଭାନସର ଅର୍ଥ ନୁହେଁ କି ଶାସକ ଦଳକୁ ନିର୍ବାଚିତ କରିବାକୁ ଅପିଲ କରିବା ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିରୋଧୀ ମାନଙ୍କୁ ଜନ ବିରୋଧୀ ବୋଲି କହିଛନ୍ତି । ତାଙ୍କର ଏପରି କହିବା ନିନ୍ଦନୀୟ । ବିରୋଧୀ ଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ ଏହା ଅଗଣତାନ୍ତ୍ରିକ । କାଲିକି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବ ।ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଗୁମସ୍ତା ଶାସନ ଚାଲିଛି । କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ କିନ୍ତୁ ତାହା ହୋଇ ପାରୁନି କାହିଁକି ।