ଭୁବନେଶ୍ୱର : ଲଗାଣ ବର୍ଷାରେ ମାଟି ଘର ଭୁଶୁଡି ଜଣେ ମୃତ । ଏଭଳି ଅଘଟଣ ଘଟିଛି ସୁନ୍ଦରଗଡରେ । କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗିରହିଛି । ଏଭଳି ପରିସ୍ଥିତିରେ ବର୍ଷା ଯୋଗୁ ମାଟି କାନ୍ଥ ଭିଜି ଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ କାନ୍ଥ ଭୁଶୁଡିପଡିଥିଲା । ଗାଁର କୁରୁନାଥ କାନ୍ତାଙ୍କ ଉପରେ ମାଟି କାନ୍ଥ ଧସିବା ଯୋଗୁ ଏହା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଣେ ଶିଶୁ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ।