ଭୁବନେଶ୍ୱର : ଚଳିତ ବର୍ଷ ଡେଙ୍ଗୁ ପାଇଁ ଏଯାଏଁ ୪୯ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗତ ବର୍ଷ ଏହି ସମୟରେ ୨୧ ହଜାରରୁ ଅଧିକ ଟେଷ୍ଟ ହୋଇଥିଲା । ୪୦ କେନ୍ଦ୍ରରେ ମାଗଣାରେ ଡେଙ୍ଗୁ ପରୀକ୍ଷା ହେଉଛି । ସେ କହିଛନ୍ତି, ଏଲିସା ପଦ୍ଧତିରେ ହେଉଛି ଡେଙ୍ଗୁ ରୋଗ ଚିହ୍ନଟ କରାଯାଉଛି ।
ଶ୍ରୀ ମିଶ୍ର କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୮ କେନ୍ଦ୍ରରେ ଟେଷ୍ଟିଂ କରାଯାଉଛି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ।ଏଲିସା ପଦ୍ଧତିରେ ଘରୋଇ ଭାବେ ଟେଷ୍ଟ କରିପାରିବେ । ପରୀକ୍ଷା ପରେ ବିଭାଗକୁ ଘରୋଇ ଅନୁଷ୍ଠାନ ତଥ୍ୟ ଦେବେ ବୋଲି ସେ କହିଛନ୍ତି।ଷ
ସେକହିଛନ୍ତି ଯେ ଏଡିସ୍ ମଶା ଘର ଭିତରେ ରୁହେ ଓ ଦିନରେ କାମୁଡେ । ସେହିପରି ମାଲେରିଆ ମଶା ବାହାରେ ରୁହେ । ରାତିରେ କାମୁଡ଼େ । ଏଡିସ ମଶାର ବଂଶର ନିପାତ ସହଜରେ ହୁଏନି । ସହରୀକରଣ ଡେଙ୍ଗୁ ମଶା ବୃଦ୍ଧିର ଏକ ବଡ଼ କାରଣ ବୋଲି ସେ କହିଛନ୍ତି ।
ଜ୍ୱର ସହ ଗଣ୍ଠି ବ୍ୟଥା, ଛେଚିକୁଟି ହେବା ଡେଙ୍ଗୁର ଲକ୍ଷଣ ବୋଲି ସେ କହିଛନ୍ତି ।