ଭୁବନେଶ୍ଵର : ମୌସୁମୀ ନିମ୍ନ ଚାପ-ରେଖା ଆଜି ତା’ର ସାଧାରଣ ଅବସ୍ଥାନ ଠାରୁ ଉତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ଼, ବାହରିଚ, ମୁଜାଫରପୁର ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।