ଜୟପୁର : ବଦଳିଲା ରାଜସ୍ଥାନର ପାଣିପାଗ । ରାଜସ୍ଥାନରେ ପୁଣି ଥରେ ସକ୍ରିୟ ହୋଇଛି ମୌସୁମୀ । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି । ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଛି, ଯାହାକି ବଢି ଓଡ଼ିଶା-ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରଭାବ ଆଜି ରାଜସ୍ଥାନରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଭରତପୁର, ଧୋଲପୁର, କରୌଲି, ସଭାଇ, ମାଧୋପୁର, ଅଲୱର, ବାରାଂ, ବୁନ୍ଦି, ଦୋସା, ଜୟପୁର, କୋଟା, ଝାଲାୱାଡ, ଟୋଙ୍କ, ଉଦୟପୁର, ପ୍ରତାପଗଡ, ଡୁଙ୍ଗରପୁର ଓ ବାଂଶୱାଡା ଜିଲ୍ଲାରେ ସେପ୍ଟେମ୍ବର 26 ପର୍ଯ୍ୟନ୍ତ ବର୍ଷା ହେବ ।
ସାଧାରଣତଃ ସେପ୍ଟେମ୍ବର ଶେଷ ସପ୍ତାହରୁ ମୌସୁମୀ ଫେରିବା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ସକ୍ରିୟ ରହିଛି ମୌସୁମୀ । ନବରାତ୍ରୀ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।