ନୂଆଦିଲ୍ଲୀ, 28 ଫେବୃଆରୀ : ଭୁଲ ଭାବେ ହିମାଚଳ ପ୍ରଦେଶରେ ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଏହା ରାଜ୍ୟବାସୀଙ୍କ ସହ ବିଶ୍ୱାସଘାତକତା ବୋଲି କହିଛନ୍ତି ଜୟରାମ ରମେଶ । ସେ କହିଛନ୍ତି ଯେ, ମୋଦିଙ୍କ ଗ୍ୟାରେଣ୍ଟି ହେଉଛି-କଂଗ୍ରେସର ସରକାରକୁ ଭାଙ୍ଗିବା ।

କଂଗ୍ରେସ ମହାସଚିବ ଜୟରାମ ରମେଶ ପାର୍ଟି ମୁଖ୍ୟାଳୟରେ ଆଜି ସାମ୍ବାଦିକଙ୍କୁ କହିଛନ୍ତି ଯେ, ହିମାଚଳ ପ୍ରଦେଶର ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ପାର୍ଟିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ଲୋକେ କଂଗ୍ରେସକୁ ଜନାଦେଶ ଦେଇଛନ୍ତି । ଆମେ ସେମାନଙ୍କ ସହ ବିଶ୍ୱାସଘାତ କରିପାରିବୁନାହିଁ ।
ଜୟରାମ ରମେଶ କହିଛନ୍ତି ଯେ, ଆମର ଗୋଟିଏ ଦଳ ଶିମଲାରେ ଅଛି । ଏହି ଦଳ ରାଗିଥିବା ବିଧାୟକଙ୍କ ସହ ଆଲୋଚନା କରି ନିଜ ରିପୋର୍ଟ ପ୍ରଦାନ କରିବେ । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।