ମାଗଣା ଔଷଧ ବାଂଟିବା ସହିତ ୪୦୦ ଜଣଙ୍କ କଲା ସ୍ୱାସ୍ଥ୍ୟ ପରୀକ୍ଷା
ଜୟପୁର, ୨୮ ଫେବୃଆରୀ – ପୁଣି ଥରେ କୋଟିଆ ରେ ଅନୁପ୍ରବେଶ କରିଛି ଆନ୍ଧ୍ର । କୋଟିଆ ପଂଚାୟତର ନେରେଡିବାଲସା ଠାରେ ଆୟୋଜିତ କରିଛି ମେଗା ଜନ ସମ୍ପର୍କ ଶିବିର ସାଙ୍ଗକୁ ସ୍ୱାସ୍ଥ୍ୟ ଶିବିର । ମାନ୍ୟମ ଜିଲ୍ଲା ର ଅତିରିକ୍ତ ଏସପିଙ୍କ ଅଧକ୍ଷତା ରେ ଆୟୋଜିତ ହୋଇଥିଲା ଏହି ସମ୍ପର୍କ ଶିବିର । ସାଲୁର ପୋଲିସ ଥାନା ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଯୁବକ ମାନଙ୍କୁ ଛତା, ରାସନ, ଭଳିବଲ କୀଟ, ସହ ବିଭିନ୍ନ ଗ୍ରାମର ପ୍ରାୟ ୪୦୦ ଗ୍ରାମବାସୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ଓସାଧ ବଣ୍ଟନ କରାଯାଇଥିଲା ।ତେବେ ଓଡିଶା ରେ ଆଗକୁ ନିର୍ବାଚନ ଆସୁଥିବା ବେଳେ କୋଟିଆ ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାକୁ ଏହା ଏକ ଚାଲ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।