ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶାଖା ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘର ଏକ ବୈଠକ ସଭାପତି ଡାକ୍ତର ହୃଷୀକେଶ ମହାନ୍ତିଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ଓ ହାଇଟେକ ମେଡିକାଲ ହସପିଟାଲର ମିଳିତ ସହଯୋଗରେ ସୁବିଧା କାର୍ଡ ପ୍ରଚଳନ କରାଯାଇଥିବାରୁ ଗଂଜାମ ଜିଲା ଶାଖାର ଅଧିକାଂଶ ସଦସ୍ଯ ଏହି କାର୍ଡ ପାଇବାକୁ ଯୋଗ୍ଯ ବିବେଚିତ ହୋଇଥିବାରୁ ଗଂଜାମ ଜିଲା ଶାଖା ପକ୍ଷରୁ ରାଜ୍ୟ ସଂଘ କର୍ମକର୍ତ୍ତାମାନଙ୍କୁ ଓ ହାଇଟେକ ମେଡିକାଲ କର୍ତୁପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ଜିଲାରୁ ମାତ୍ର ଦୁଇ ଜଣ ସଦସ୍ୟ ସୁବିଧା କାର୍ଡ ପାଇଛନ୍ତି । ତୁରନ୍ତ ଅନ୍ୟ ମାନଙ୍କର ଏହି କାର୍ଡ ପାଇବା ବ୍ଯବସ୍ଥା ଗ୍ରହଣ କରିବା ପାଇଁ ରାଜ୍ୟ ସଂଘକୁ ଗଂଜାମ ଜିଲା ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।
ବୈଠକରେ ସଚ୍ଚିଦାନନ୍ଦ ନାୟକ, ରାଜେଶ କୁମାର ପଟ୍ଟନାୟକ, ଲୋକନାଥ ମହାଭଣା, ହରେକୃଷ୍ଣ ମହାନ୍ତି, ରାମପ୍ରସାଦ ସାମଲ, ସମୀର ମିଶ୍ର, ସୁରେଶ ଚନ୍ଦ୍ର ତ୍ରିପାଠୀ, ପ୍ରଶାନ୍ତ କୁମାର ରଣା, ହେମନ୍ତ କୁମାର ମହାନ୍ତି, ବିଚିତ୍ରାନନ୍ଦ ମୁନୀ ଓ ଡି. ପର୍ଶୁରାମ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।