ନୂଆଦିଲ୍ଲୀ : ଇଟାଲି ଏବଂ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୋମରେ ଇଟାଲି ପ୍ରତିପକ୍ଷ ଗୁଇଡୋ କ୍ରୋସେଟୋଙ୍କ ସହିତ ଏକ ବୈଠକ କରିଛନ୍ତି । ସେ ଭାରତ ଓ ଇଟାଲି ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ବୁଝାମଣା ଉପରେ ସ୍ଵାକ୍ଷର କରିଛନ୍ତି । ରାଜନାଥଙ୍କ ସହିତ ପ୍ରଶିକ୍ଷଣ, ସୂଚନା ପୃଷ୍ଟି କରିବା ଏବଂ ସମୁଦ୍ର ସୁରକ୍ଷା ସହିତ ପ୍ରତିରକ୍ଷା ସହଯୋଗ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମାଜିକ ଗଣମମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଜାରି କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ରୋମରେ ଇଟାଲି ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋଙ୍କ ସହିତ ବୈଠକ ସାର୍ଥକ ହୋଇଛି ।