ବିଗତ ୨୪ ଘଣ୍ଟାରେ କଟକ ମୁଣ୍ଡୁଳି ଠାରେ ସର୍ବାଧିକ ୧୧୫ ମି.ମି ବର୍ଷ ରେକର୍ଡ ହୋଇଛି । ସେହିପରି ବାଙ୍କୀରେ ୧୦୪ ମିମି ରେକର୍ଡ କରାଯାଇଛି l ବିଗତ ୨୪ ଘଣ୍ଟାରେ ହାରାହାରି ୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ଵାଭାବିକ ଠାରୁ ୨୫ ମିମି ଅଧୀକ ରହିଛି l ୩ ସ୍ଥାନରେ ପ୍ରବଳ ବର୍ଷା ଓ ୧ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି l ଆଗାମୀ ୨୪ ଘଣ୍ଟାରେ ଝାଡଖଣ୍ଡ ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଜେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତାର ପ୍ରଭାବରେ ଝରୁସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ , ମାଲକାନଗିରି, ନବରଙ୍ଗପୁର ପରି ୬ ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି l ଏଥିସହ ଉପକୂଳ ଓଡିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଖୋର୍ଦ୍ଧା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ ଓ କେଉଁଝର, ଢେଙ୍କାନାଳ ଏପରି ଜିଲ୍ଲାରେ ବିଜୁଳି ଘଡଘଡି ଜନିତ ବର୍ଷା ସମ୍ଭାବନା ରହୁଛି l ଆସନ୍ତାକଲି ଉତ୍ତର ଓଡ଼ିଶାରେ ବର୍ଷ ସମ୍ଭାବନା ରହିଛି l ଆଜି ଏବଂ ଆସନ୍ତାକାଲି ପରେ ବର୍ଷାର ପରିମାଣ କମିବ l ସ୍ଵାଭାବିକ ଠାରୁ ୩ ପ୍ରତିଶତ କମ ବର୍ଷା ରହିଛି ଯାହାକି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ସେଗୁଡିକ ହେଉଛି ନବରଙ୍ଗପୁର, କେନ୍ଦ୍ରାପଡ଼ା ସେହିପରି ୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି l ଆଗାମୀ ଦିନର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବର୍ତ୍ତମାନ ବାତ୍ୟାକୁ ନେଇ କୌଣସି ଆକଳନ କରାଯାଇ ନାହିଁ l