ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ବାମରାରେ ସର୍ବାଧିକ ୧୪୬.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୧୩୦.୩ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୧୩୦.୨, କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୨୬.୨, ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୧୧୫.୦, ଅନୁଗୁଳ ଜିଲ୍ଲାର ଆର.କେ. ନଗରରେ ୧୧୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ଅନୁରୂପ ଭାବେ ବାଲେଶ୍ଵର ଜିଲ୍ଲାର ବାହାନଗାରେ ୯୫.୦ ମି.ମି., କେନ୍ଦୁଝର ଜିଲ୍ଲାର ଝୁମ୍ପୁରାରେ ୯୦.୮, ଯାଜପୁର ଜିଲ୍ଲାର ସୁକିନ୍ଦାରେ ୯୦.୫, ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୮୯.୨, ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୮୮.୨, ସମ୍ବଲପୁର ଜିଲ୍ଲାର ଯମନକିରାରେ ୮୪.୪ ଏବଂ ବାଲେଶ୍ଵର ଜିଲ୍ଲାର ସୋରରେ ୮୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।