ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମରେ ସୋମାଲିକାଙ୍କୁ ଧୋକା ବିବାଦରୁ ମୁକୁଳି ପାରିନଥିବା ବେଳେ ଆଉ ଜଣେ ଯୁବତୀଙ୍କ ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର ।ବିବାହ ପାଇଁ ସେ କଟକ ସବରେଜିଷ୍ଟାରଙ୍କ ନିକଟରେ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ତେବେ ଏ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ।
ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ଥାନା ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା। ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ରଖିଛି। ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ଗତ ୨୧ ତାରିଖରେ କଟକ ସବ ରେଜିଷ୍ଟ୍ରାର ଅଫିସରେ କରିଛନ୍ତି ଆବେଦନ। ଏବେ ଏହି ବିବାହ ନୋଟିସ ପିରିୟଡ଼ରେ ରହିଥିବା ସୂଚନା ମିଳିଛି ।