ଜୟପୁର : ନାରାୟଣପାଟଣାରେ ମାଓବାଦୀ ଲଗାଇଛନ୍ତି ଲାଲ ବ୍ୟାନର । ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ମାଓବାଦୀ ଲଗାଇଛନ୍ତି ଲାଲ ବ୍ୟାନର। ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ନାମରେ ଲାଗିଛି ଏହି ଲାଲ ବ୍ୟାନର ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଂଜାବତି ନଦୀ ଉପରେ ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ କରାଯାଇଥିବା ଉଲ୍ଲେଖ ରହିଛି । ଲାଲ ବ୍ୟାନେର ମରାଯିବା ଘଟଣାରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଚାଲିଛି କହିଲେ କୋରାପୁଟ ଏସପି।