ଗଞ୍ଜାମ : ରେଳ ବିଭାଗର ମରାମତି ଓ ନୂତନ ଟ୍ରାକ୍ ନିର୍ମାଣ ପାଇଁ ଭୁବନେଶ୍ଵରରୁ ବ୍ରହ୍ମପୁର ଆଡକୁ ଆସୁଥିବା ବହୁ ଟ୍ରେନ୍ କୁ ବାତିଲ୍ କରାଯାଇଛି । ଭୁବନେଶ୍ଵର, ମଂଚେଶ୍ଵର ଓ ହରିଦାଶପୁର ଷ୍ଟେସନରେ କାମ ଚାଲିଛି । ଏଥିପାଇଁ ଭୁବନେଶ୍ଵରରୁ ବ୍ରହ୍ମପୁର ଦେଇ ଯାତାୟାତ କରୁଥିବା କିଛି ଟ୍ରେନ୍ କୁ ଉଭୟ ଦିଗରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିନରେ ବାତିଲ୍ କରାଯାଇଛି । ଏହି ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ଵର-ତିରୁପତି, ଭୁବନେଶ୍ଵର-ବ୍ରହ୍ମପୁର, ଭୁବନେଶ୍ଵର-ପଲାସା, ରାଉରକେଲା-ଗୁଣୁପୁର, ଭୁବନେଶ୍ଵର-ଜଗଦଳପୁର, ବିଶାଖାପାଟଣା-ଟାଟାନଗର ଭଳି ବିଭିନ୍ନ ଟ୍ରେନ୍ ବାତିଲ୍ କରାଯାଇଛି । ଏବଂ କେତେକ ଟ୍ରେନ୍ ର ଦିଗ ପରିବର୍ତନ କରାଯାଇଥିବା ଜଣାପଡିଛି । ଫଳରେ ହଜାର ହଜାର ସଂଖ୍ୟାରେ ଟ୍ରେନ୍ ଯାତ୍ରୀ ହଇରାଣ ଓ ହଟହଟ୍ଟାର ସମ୍ମୁଖୀନ ହେଉଛନ୍ତି ।