ଲକ୍ଷ୍ନୌ, 27 ଫେବୃଆରୀ : ରାଜ୍ୟସଭା ନିର୍ବାଚନକୁ ନେଇ ମଙ୍ଗଳବାର ମତଦାନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଝଟ୍କା ଲାଗିଛି । ଅଖିଳେଶ ଯାଦବଙ୍କ ବିଶ୍ୱାସଯୋଗ୍ୟ ଦଳର ନେତା ତଥା ବିଧାନସଭାର ମୁଖ୍ୟ ସଚେତକ ମନୋଜ ପାଣ୍ଡ୍ୟେ ଇସ୍ତଫା ଦେଇ ପାର୍ଟିରେ ଲାଗିରହିଥିବା ଅନ୍ତର୍କଳହକୁ ସ୍ପଷ୍ଟ କରିଛନ୍ତି ।
ଉତ୍ତର ପ୍ରଦେଶର 10ଟି ରାଜ୍ୟସଭା ଆସନ ପାଇଁ ବିଧାନସଭାରେ ଆଜି ଭୋଟିଂ ଜାରି ରହିଛି । ମତଦାନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଏହି ଝଟ୍କା ଲାଗିଛି । ମନୋଜ ପାଣ୍ଡେ ଦୁଇଦିନ ହେବ ଦଳ ସଂପର୍କରେ ନଥିଲେ । ସେ ଏବେ ରାୟବରେଲିର ଉଂଚାହାରରୁ ସମାଜବାଦୀ ପାର୍ଟିର ବିଧାୟକ ଅଛନ୍ତି ।