ନୂଆଦିଲ୍ଲୀ: ଦିଲ୍ଲୀର ପାଣ୍ଡବ ନାଗର ହତ୍ୟା ମାମଲା ସହ ଜଡିତ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମୃତ ଅଙ୍ଗନ ଦାସଙ୍କ ମୃତଦେହ ଏବଂ ମୁଣ୍ଡକୁ ଏକ ଗାତରେ ପୋତି ଦେଇଥିବାର ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ଏହି ସଂପର୍କୀୟ ଏକ ଭିଡିଓ ଜାରି କରିଛି । ଭିଡିଓରେ ଦେଖାଯାଇଛି ଯେ ଅଭିଯୁକ୍ତ ପୁଅ ଏକ ଗାତ ଖୋଳୁଥିବାବେଳେ ତାଙ୍କ ମା ତାଙ୍କ ସ୍ୱାମୀଙ୍କ ମୁଣ୍ଡ ଧରି ଠିଆ ହୋଇଛନ୍ତି। ଏହା ପରେ ପୁଅ ନିଜ ପିତାଙ୍କ ମୁଣ୍ଡକୁ ଗାତରେ ପୋତି ଦେଊଥିବା ଦେକାଯାଊଛି । ପୋଲିସ ଅଭିଯୁକ୍ତ ଦୀପକ ଏବଂ ତାଙ୍କ ମା ପୁଣାମଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି।
ସୂଚନା ଯୋଗ୍ୟ ଯେ, ଶ୍ରଦ୍ଧା ହତ୍ୟା ମାମଲା ପରି ଏହି ଘଟଣାରେ ମହିଳା ଜଣକ ତାଙ୍କ ପୁଅ ସହିତ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ସେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ 10 ଖଣ୍ଡ କାଟି ଫ୍ରିଜରେ ରଖି ଆଖପାଖ ଅଞ୍ଚଳରେ କଟା ଅଂଶକୁଫିଙ୍ଗୁଥିଲେ । ସୋମବାର ଏହି ଘଟଣା ସହ ଜଡିତ 2 ଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ପୁଅ ମୃତ ଦେହର ଖଣ୍ଡଗୁଡ଼ିକୁ ବ୍ୟାଗରେ ନେଊଥିବାର ଏବଂ ମା ମଧ୍ୟ ତାଙ୍କ ପଛେ ପଛେ ଯାଉଥିବାର ନଜର ଆସିଥିଲେ।