କୋଲକାତା : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଉଥିବା ଏହି ରାତ୍ରି ଭୋଜନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସାମିଲ ହେବେ ।
ରାଜ୍ୟ ସଚିବାଳୟ ଅଧିକାରୀଙ୍କ ସୂଚନା ମୁତାବକ, ଏହି ରାତ୍ରି ଭୋଜନ ଅବସରରେ ମମତା ବାନାର୍ଜୀଙ୍କ ସହ ଶେଖ୍ ହସିନାଙ୍କ ସାକ୍ଷାତ ହେବ । ଏହି ନୈଶ୍ୟ ଭୋଜନ ସେପ୍ଟେମ୍ବର 9 ତାରିଖରେ ହେବ । ଏହାସହିତ ସେପ୍ଟେମ୍ବର 13 ତାରିଖ ଦିନ ଆଇଏନଡିଆଇଏ ମେଣ୍ଟ ବୈଠକ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ମମତା ବାନାର୍ଜୀ ଯୋଗ ଦେବେ । ଏଠାରେ ବିରୋଧୀ ନେତାଙ୍କ ସହ ମମତାଙ୍କ ଭେଟ ହେବ । ତେବେ ଏହା ପୂର୍ବରୁ ଦିଲ୍ଲୀରେ ମମତା ଓ ଶେଖ୍ ହସିନାଙ୍କ ଭେଟଘାଟ ଉପରେ ରହିଛି ସମସ୍ତଙ୍କ ନଜର ।