ବେଗୁସରାୟ : କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଂଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହ ଆଜି କହିଛନ୍ତି ଯେ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗାରେଂଟି କାର୍ଯ୍ୟକ୍ରମ(ମନରେଗା) ସମ୍ବନ୍ଧରେ ଦେଶବାସୀଙ୍କୁ ଭ୍ରମିତ କରିବାରେ ଲାଗିଛନ୍ତି । ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଦ୍ୱାରା ଗ୍ରାମୀଣ ଭାରତରେ ଆର୍ôଥକ ସଂକଟ ଗଭୀରତାର କଥା କହିବାରେ ଶୁକ୍ରବାର ସନ୍ଧ୍ୟାରେ ଗିରିରାଜ ସିଂହ କହିଛନ୍ତି ଯେ, ମନରେଗା ଦାବି ଆଧାରିତ ଶ୍ରମିକ ରୋଜଗାର କାର୍ଯ୍ୟକ୍ରମ ଏବଂ ଏଥିରେ ଧନରାଶି ଜାରି କରିବା ଏକ ସତତ ପ୍ରକ୍ରିୟା ଅଟେ ।
ଗିରିରାଜ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାର କାମର ଦାବିକୁ ଧ୍ୟାନରେ ରଖି ଧନରାଶି ଉପଲବ୍ଧ କରାନ୍ତି । ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ଧନ ଉପଲବ୍ଧତାର କୌଣସି ବାଧା ନାହିଁ । ଯେତେବେଳେ ଅତିରକ୍ତ ଧନର ଆବଶ୍ୟକତା ହେବ ସେତେବେଳେ ଧନରାଶି ଉପଲବ୍ଧ କରାଯିବ ।