ମାଲକାନଗିରି : ଆଜି ୯ ଦଫା ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ୭ ଟି ବ୍ଲକ ଘେରାଉ କରାଯାଇଥିଲା । ମୁଖ୍ୟତଃ ପିସି କାରବାର, ପଞ୍ଚାୟତ କ୍ଷମତାକୁ ଅପବ୍ୟବହାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା, ଜଳସେଚନ ସମସ୍ୟାକୁ ନେଇ ବର୍ଷିଛି କଂଗ୍ରେସ । ରାଜ୍ୟ ସରକାର ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ପ୍ରତ୍ୟେକ ବ୍ଲକରେ ଧାରଣା ଓ ପ୍ରତିବାଦ କରିଥିଲା ଜିଲ୍ଲା କଂଗ୍ରେସ।
୨୪ ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ । ଯୋଜନା ପରେ ଯୋଜନା ଘୋଷଣା ହେଉଛି । ନିର୍ବାଚନ ପରେ ବନ୍ଦ ହୋଇଯାଉଛି । ତେବେ କଂଗ୍ରେସର ଦାବି ଗୁଡିକ ହେଲା, ୧୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ ହେଉ, ପାୱାର କଟ୍ ବନ୍ଦ ହେଉ, ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ହେଉ । ରାଜ୍ୟର ବେକାର ଯୁବକଙ୍କୁ ଚାକିରୀ ଦିଆଯାଉ । ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ । ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ । ଦର ଦାମ ବୃଦ୍ଧିକୁ ତୁରନ୍ତ କମ କରନ୍ତୁ ।