ଭୋପାଳ : ରତଲାମରେ ପୋଲିସ ଚୌକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଣ୍ଡ ଶରୀରରୁ ଅଲଗା … ନାରା ଲଗାଯିବା ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଏହି ମାମଲାରେ ଗୃହମନ୍ତ୍ରୀ ଡଃ. ନରୋତମ ମିଶ୍ରା ଚେତାବନୀ ଦେଇ କହିଛନ୍ତି ଯେ, ଏଭଳି ଲୋକଙ୍କୁ କ୍ଷମା ଦିଆଯିବ ନାହିଁ । ସେମାନଙ୍କ ବିରୋଧରେ ଏତଲା ଦାୟର୍ ହୋଇଛି । ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ ଶୀଘ୍ର ସେମାନଙ୍କୁ ପୋଲିସ ହେପାଜକୁ ଅଣାଯିବ । ଏବଂ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।